୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା ଅରୁଣ ଆହୁଜା। ଲଭ୍‌-୮୬ ଫିଲ୍ମରେ ୧୯୮୬ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଅଭିନୟ ସମୟରେ ଗୋବିନ୍ଦା ଏବଂ ନୀଲମ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ। ତେବେ ଗୋବିନ୍ଦାଙ୍କ ମା ଏଥିରେ ରାଜି ହୋଇ ନ ଥିଲେ। ମାଙ୍କ ଜିଦ୍‌ ଯୋଗୁ ବାଧ୍ୟ ହୋଇ ଗୋବିନ୍ଦା ୧୯୮୭ ମାର୍ଚ୍ଚରେ ସୁନୀତାଙ୍କୁ ବିବାହ କରିଥିଲେ। ୧୯୯୦ରେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହା ପ୍ରକାଶ କରିଥିଲେ।

Share