୫୭ନଂ ଆକ୍ରାନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟର: ବୁଲିଛନ୍ତି ଗଣେଷ ମଣ୍ଡପ ନିକଟ ପରିବା ଦୋକାନ, ରିଲାଏନ୍ସ ଫ୍ରେସ୍‌, ରସୁଲଗଡ଼ ହାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହାନୁଯାୟୀ, ୫୭ନଂ ଆକ୍ରାନ୍ତ ୫୦ବର୍ଷୀୟ ବ୍ୟକ୍ତି। ସେ ବୋମିଖାଲ ଅଞ୍ଚଳର ହୋଇଥିବା ବେଳେ ପୂର୍ବରୁ ଚିହ୍ନଟ ହୋଇଥିବା ୭, ୮, ୨୨, ୩୯ ନଂ ଆକ୍ରାନ୍ତଙ୍କ ପଡ଼ୋଶୀ। ଲକ୍‌ଡାଉନ୍‌ ସମୟରେ ଅର୍ଥାତ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ସେ ନିଜର ଜୟଦୁର୍ଗା ନଗର ବେବିଲୋନ୍‌ ଆପାର୍ଟମେଣ୍ଟରେ ଥିବା ଘରେ ରହିଥିଲେ। ଏହି ସମୟରେ ଗଣେଷ ମଣ୍ଡପ ନିକଟରେ ଥିବା ପରିବା ଦୋକାନ, ଓଭରବ୍ରିଜ ନିକଟରେ ଥିବା ରିଲାଏନ୍ସ ଫ୍ରେସ୍‌, ବୋମିଖାଲ ଏବଂ ରସୁଲଗଡ଼ ହାଟ ଆସିଛନ୍ତି। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ସିଲ୍‌ ହୋଇଥିବା ଅଞ୍ଚଳରେ ଯାଉଥିବାରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏପ୍ରିଲ ୧୪ରେ ଏହା ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ କିମ୍ସ କୋଭିଡ୍‌ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।

Share