Categories: ଖେଳ

୫୭ ବର୍ଷରେ ଆଝାରୁଦ୍ଦିନ୍‌: ନୌରିନ୍‌ଙ୍କ ପରେ ସଙ୍ଗୀତାଙ୍କ ସହିତ ବି ଘଟିଥିଲା ବିବାହ ବିଛେଦ

ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଶନିବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୩ ଫେବୃୟାରୀ ୮ରେ ହାଇଦ୍ରାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ୍‌ ଖେଳି ୧୪୭ ଇନିଂସ୍‌ରେ ୬୨୧୫ ରନ୍‌ ସଂଗ୍ରହ କରିଥିଲେ। ସେଥି ମଧ୍ୟରେ ୨୨ ଶତକ ଏବଂ ୨୧ ଅର୍ଦ୍ଧ ଶତକ ରହିଛି। ସେହିପରି ୩୩୪ ଏକଦିବସୀୟ ମ୍ୟାଚ୍‌ ଖେଳି ୩୦୮ ଇନିଂସ୍‌ରେ ୯୩୭୮ ରନ୍‌ ସଂଗ୍ରହ କରିଥିଲେ। ସେଥି ମଧ୍ୟରୁ ୫୮ ଶତକ ଏବଂ ୭ ଅର୍ଦ୍ଧ ଶତକ ରହିଛି। ୧୯୮୬ରେ ତାଙ୍କୁ ଅର୍ଜୁନ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ୧୯୯୧ରେ ତାଙ୍କୁ ବ୍ରିଜ୍‌ଡମ୍‌ କ୍ରିକେଟର ଅଫ୍‌ ଦି ଇୟର ସମ୍ମାନ ପ୍ରଦାନ କରାଯାଇଥିଲା। କ୍ରିକେଟ ଖେଳପଡ଼ିଆ ଭଳି ଆଝାରୁଦ୍ଦିନ୍‌ଙ୍କ ପାରିବାରିକ ଜୀବନ ମଧ୍ୟ ବେଶ୍‌ ରୋମାଞ୍ଚଭରା। ୧୯୮୭ରେ ସେ ନୌରିନ୍‌ଙ୍କୁ ବିବାହ କରିଥିଲେ। ୧୯୯୬ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୧୯୯୬ରେ ସେ ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜଲାନୀଙ୍କୁ ବିବାହ କରିଥିଲେ। ସଙ୍ଗୀତାଙ୍କ ସହିତ ୨୦୧୦ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଦୁଇଥର ବିବାହ କରି ମଧ୍ୟ ତାଙ୍କର ପାରିବାରିକ ଜୀବନ ସଫଳ ହୋଇପାରି ନ ଥିଲା। ଏହାପରେ ମଡେଲ ଜ୍ୱାଲା ଗୁଟ୍ଟାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା । ଆଝାରୁଦ୍ଦିନ୍‌ ୨୦୦୦ରେ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଜଡିତ ହୋଇଥିଲେ। ୨୦୧୨ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ହେଇଥିଲେ। ୨୦୦୯ ଫେବୃୟାରୀ ୧୯ରେ ସେ କଂଗ୍ରେସରେ ଯୋଗଦେଇଥିଲେ।

Share