୫୭ ମଡେଲ ରାଜପଥ ବିକଶିତ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୬: ଦେଶ ମଧ୍ୟରେ ୫୭ ମଡେଲ ରାଜପଥ ବିକଶିତ କରାଯିବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିକାଶ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୭୩୫ କିଲୋମିଟର ରହିଛି। ପ୍ରତି ରାଜ୍ୟର ରାଜଧାନୀ ନିକଟରେ ଏହି ରାଜପଥଗୁଡ଼ିକୁ ଉନ୍ନତୀକରଣ କରାଯିବାର ଯୋଜନା ରଖାଯାଇଛି। ଏହି ପ୍ୟାଚ୍‌ଗୁଡ଼ିକରେ ନିରାପତ୍ତା ସହ ସୌନ୍ଦର୍ଯୀକରଣକୁ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟରେ ରୋଡ୍‌ ସାଇନ, ରୋଡ୍‌ ମାର୍କିଂ, ରୋଡ୍‌ ଫର୍ନିଚର, ସେଫ୍‌ଟି ଆଇଟମ, ଠିକ୍‌ ଜଙ୍କସନ, ପ୍ରବେଶ ଏବଂ ପ୍ରସ୍ଥାନର ଠିକ୍‌ ବ୍ୟବସ୍ଥା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଥିବା ଡ୍ରେନ୍‌, ଷ୍ଟ୍ରିଟ୍‌ ଲାଇଟ, ବୃକ୍ଷରୋପଣ, ଟୋଲ୍‌ ପ୍ଲାଜା, ଲୋକଙ୍କ ସୁବିଧା ଲାଗି ବ୍ୟବସ୍ଥା, ସିସିଟିଭି କ୍ୟାମେରା ଭଳି ଅନ୍ୟ ଅତ୍ୟାଧୁନିକ ସୁବିଧା କରାଯିବ।

Share