୫୮୮ ପ୍ରବାସୀଙ୍କୁ ନେଇ ଭାରତରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

କୋଚି,୧୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲାଶ୍ୱ ମାଳଦ୍ୱୀପରୁ ୫୮୮ ପ୍ରବାସୀଙ୍କୁ ନେଇ କେରଳର କୋଚି ବନ୍ଦରରେ ରବିବାର ପହଞ୍ଚିଛି। କରୋନା ସଙ୍କଟ ସମୟରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଇଥିବାରୁ ମାଳଦ୍ୱୀପରେ ଅବସ୍ଥାପିତ ରାଷ୍ଟ୍ରଦୂତ ସଞ୍ଜୟ ସୁଧିର ଏହାକୁ ସ୍ବାଗତ କରିବା ସହିତ ଏହାର ଏକ ଭିଡ଼ିଓ ଭାରତୀୟ ଦୂତାବାସ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷାପରେ ସ୍ବଦେଶ ଫେରିଥିବା ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି।

Share