୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ମନା କଲା ପାକିସ୍ତାନ

ଲାହୋର,୨୬।୬: ପାକିସ୍ତାନ ୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ଦେବାକୁ ପାକିସ୍ତାନ ମନା କରିଛି। ମହାରାଜ ରଣଜିତ୍‌ ସିଂଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଶିଖ୍‌ ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିଥାନ୍ତି। ଏଥି ପାଇଁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ୨୮୨ ଜଣଙ୍କର ଭିଜା ଆବେଦନ କରାଯାଇଥିଲା। ତେବେ ପାକିସ୍ତାନ ୨୨୪ ଜଣଙ୍କୁ ଭିଜା ଦେଇଥିବାବେଳେ ଅବଶିଷ୍ଟଙ୍କୁ ଭିଜା ଦେଇ ନ ଥିବା କୁହାଯାଉଛି। ତୀର୍ଥଯାତ୍ରୀମାନେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଅଟାରୀ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିବେ। ସୂଚନାଯୋଗ୍ୟ, ୧୯୭୪ ଭାରତ-ପାକିସ୍ତାନ ମୈତ୍ରୀ ସମ୍ପର୍କ ବୁଝାମଣା ଅନୁସାରେ ପ୍ରତିବର୍ଷ ଦୁଇ ଦେଶର ଶ୍ରଦ୍ଧାଳୁ ବିଭିନ୍ନ ଧାର୍ମିକସ୍ଥଳକୁ ତୀର୍ଥଯାତ୍ରା କରିଥାନ୍ତି।

Share