Categories: ଫୁରସତ

୫ ଅଜବ ଅନ୍ଧବିଶ୍ୱାସ: ଯାହାକୁ ଲୋକେ କରନ୍ତି ବିଶ୍ୱାସ

ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଅନେକ ପ୍ରକାର ଅନ୍ଧ ବିଶ୍ୱାସ ରହିଛି। ଯେପରି କେହି ବିରାଡି ରାସ୍ତା କାଟିବାକୁ କେତେଜଣ ଅଶୁଭ କହିଥାନ୍ତି ତ କେତେକ ଛିଙ୍କିବାକୁ ଅଶୁଭ କହିଥାନ୍ତି। ମାତ୍ର ବିଶ୍ୱରେ ଏପରି କେତେକ ଅନ୍ଧବିଶ୍ୱାସ ରହିଛି ଯାହା ଆପଣଙ୍କୁ ଅଜବ ଲାଗିପାରେ। ଜାଣନ୍ତୁ ସେ ବିଷୟରେ:

ଏରୁଷିଆନ ରହିନୋସେରସ୍‌: ୟୁରୋପରେ ଦେଖାଯାଉଥିବା ଏହି ପକ୍ଷୀର ବିଶେଷ ଗୁଣ ହେଉଛି ଏହା ତାର ମୁଣ୍ଡ ସବୁଆଡକୁ ବୁଲାଇ ପାରେ। ମାତ୍ର ଏହା ପଛରେ ରହିଥିବା ଅନ୍ଧବିଶ୍ୱାସଟି ହେଉଛି ପକ୍ଷୀଟି ଯେଉଁ ବ୍ୟକ୍ତି ଆଡକୁ ତାର ମୁଣ୍ଡ ବୁଲାଇଥାଏ ତା’ର ମୃତ୍ୟୁ ଘଟିଥାଏ।

କ୍ୟାମେରା: ୧୯ଶହ ଶତାବ୍ଦିର ଲୋକଙ୍କ ମନରେ କ୍ୟାମେରାକୁ ନେଇ ଅନ୍ଧବିଶ୍ୱାସ ରହିଥିଲା। ଏଥିରେ କାହାର ଫୋଟ ଉଠାଇଲେ ଉକ୍ତ ବ୍ୟକ୍ତିର ଆତ୍ମା ଭସ୍ମ ହୋଇଯିବ ବୋଲି ସେତେବେଳେ ଲୋକେ ଭାବୁଥିଲେ।

ଆଇନା(ଦର୍ପଣ): ବିଶ୍ୱର କେତେକ ସ୍ଥାନରେ ଏପରି ଅନ୍ଧବିଶ୍ୱାସ ରହିଛି ଯେ ଆଇନାରେ ମୁହଁ ଦେଖିଲେ ତାହାର ଆତ୍ମା କାଚରେ ରହିଯାଏ। ଏ ନେଇ କେତେକ ଆଇନା ମଧ୍ୟ ଦେଖି ନ ଥାନ୍ତି।

ଓପାଲ ପଥର: ଓପାଲ ପଥରକୁ ମୂଲ୍ୟବାନ କୁହାଯାଉଥିବା ବେଳେ ୧୯ଶହ ଶତାବ୍ଦିରେ ଏହାକୁ ପିନ୍ଧିଲେ ଭାଗ୍ୟ ଖରାପ ହୋଇଥାଏ ବୋଲି ବିଶ୍ୱାସ ରହିଥିଲା।

ପକ୍ଷୀର ମଳ: ଋଷିଆରେ ପକ୍ଷୀର ମଳକୁ ଶୁଭ କୁହାଯାଇଥାଏ । ହେଲେ ପକ୍ଷୀଟି ଯଦି କୌଣସି ଜିନିଷ ଉପରେ ମଳତ୍ୟାଗକଲା ତେବେ ଉକ୍ତ ବ୍ୟକ୍ତି ଧନୀ ହୋଇଯିବେ ବୋଲି ଅନ୍ଧବିଶ୍ୱାସ ମଧ୍ୟ ରହିଛି।

Share