ଭୁବନେଶ୍ୱର,୨୭ା୯(ବ୍ୟୁରୋ): ୨୦୧୭ ବ୍ୟାଚ୍ର ଓଡ଼ିଶା କ୍ୟାଡର ସମସ୍ତ ଆଇଏଏସ୍ ଅଧିକାରୀ କେନ୍ଦ୍ରରୁ ରାଜ୍ୟକୁ ଆସିବେ। ଏହି ଅଧିକାରୀମାନେ ହେଉଛନ୍ତି- ସୋମେଶ କୁମାର ଉପାଧ୍ୟାୟ, ପି. ଅନ୍ବେଷା ରେଡ୍ଡୀ, ପାଟିଲ ଆଶିଷ ଈଶ୍ୱର, ଦିବାକର ଟିଏସ୍ ଏବଂ ହେମକାନ୍ତ ସେ। ଏହି ଅଧିକାରୀମାନେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟରେ ସହାୟକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଆସନ୍ତା ଅକ୍ଟୋବର ପହିଲାରେ ଉପରୋକ୍ତ ଅଫିସରଙ୍କ କେନ୍ଦ୍ରୀୟ ଦାୟିତ୍ୱ ସମାପ୍ତ ହେଉଛି। ଓଡ଼ିଶା ପ୍ରଶାସନରେ ଯୋଗଦେବା ପରେ ଏହି ୫ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ସବକଲେକ୍ଟରଭାବେ ନିଯୁକ୍ତି ଦିଆଯିବ।