Categories: ଜାତୀୟ

୫ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୦ା୬(ଆଇଏଏନ୍‌ଏସ୍‌): ଆତଙ୍କବାଦୀମାନଙ୍କର ଏକ ବିସ୍ଫୋରଣ ଉଦ୍ୟମକୁ ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପଣ୍ଡ କରିଦେଇଛି। ସୋପିଆନ ଜିଲାରୁ ଆତଙ୍କବାଦୀମାନଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗୋଇନ୍ଦା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆକିବ୍‌ ନାଜିର ରାଠର, ଅମିର ମଜିଦ ଓ୍ବାନି, ସମୀର ଅହମ୍ମଦ ଭଟ୍‌, ଫୈଜଲ ଫାରୁକ ଅହଙ୍ଗର ଏବଂ ରୟିସ୍‌ ଅହମ୍ମଦ ଗନାଇଙ୍କୁ ଗିରଫ କରିଥିବା କହିଛି। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ମିଶି ଏମାନେ ପୋଲିସ ଓ ସୁରକ୍ଷା ବଳ ଉପରେ ବୋମା ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନଙ୍କଠାରୁ ଉନ୍ନତ ମାନର ବିସ୍ଫୋରକ ସାମଗ୍ରୀ ଆଇଇଡି ଜବତ ହୋଇଛି।

Share