୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିିା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତରେ ୬ ଆଦିବାସୀ ଗ୍ରାମ ମଧ୍ୟରୁ କେବଳ ବଳରାମପୁରକୁ ରାସ୍ତା ଥିବା ବେଳେ ଅନ୍ୟ ୫ ଗ୍ରାମ ଦେବୀପୁର, ବାଦୁଆ, ଖଜୁରିପଦା, ହରିପୁରପଲ୍ଲୀ, ବାତରଡାପଲ୍ଲୀ ଗ୍ରାମକୁ ପକ୍କା ରାସ୍ତା ନାହିଁ ା ଫଳରେ ଗର୍ଭବତୀ ଓ ରୋଗୀମାନେ ହଇରାଣ ହେଉଛନ୍ତି। ଏହି ସମସ୍ତ ଗ୍ରାମଗୁଡିକର ଲୋକେ ଚାନ୍ଦପୁର ବଜାର ଉପରେ ନିର୍ଭର କରନ୍ତିିା ଏହି ଗ୍ରାମଗୁଡିକୁ ବର୍ଷା ଦିନେ ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଉକ୍ତ ଗ୍ରାମଗୁଡିକୁ ଚାରିଚକିଆ ତ ଦୂରର କଥା, ଦୁଇଚକିଆ ଯାନ ମଧ୍ୟ ଯିବା ଆସିବା କଷ୍ଟକର ହୋଇପଡୁଛି ା ବର୍ଷାଦିନେ ଉକ୍ତ ରାସ୍ତାଗୁଡିକରେ ଯିବା ଆସିବା ବନ୍ଦ ହୋଇଯାଉଛି ା ପକ୍କା ରାସ୍ତାଟିଏ ନ ଥିବା ଯୋଗୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁା ଗୁରୁତର ରୋଗୀ ଏବଂ ଗର୍ଭବତୀମାନେ ବେଳେବେଳେ ମୃତ୍ୟୁମୁଖରେ ପଡୁଛନ୍ତିି। ଚିକିଟି ତହସିଲ୍‌ ପକ୍ଷରୁ ଏହି ଗ୍ରାମଗୁଡିକର ଜନସାଧାରଣଙ୍କଠାରୁ ରାଜସ୍ବ ଆଦାୟ କରାଯାଉଥିବା ବେଳେ ଲୋକଙ୍କ ଗମନାଗମନ ପାଇଁ ପକ୍କା ରାସ୍ତା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛିା ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ, ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ା ଉକ୍ତ ଗ୍ରାମବାସୀ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହେଉଛି। ଏଣୁ ଉକ୍ତ ଗ୍ରାମଗୁଡିକୁ ଯିବାଆସିବା ସୁବିଧା ଲାଗି ପକ୍କାରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଚାନ୍ଦପୁର ସରପଞ୍ଚ ମନୋଜ କୁମାର ସାହୁଙ୍କୁ ପଚାରିବାରୁ ଏ ସମ୍ପର୍କରେ ବ୍ଲକ ପ୍ରଶାସନକୁ ଜଣାଯାଇଛିା ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତିିା ବର୍ତ୍ତମାନ ଚାନ୍ଦପୁର ଛକଠାରୁ ବାଦୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବା କହିଛନ୍ତି ା ଚିକିଟି ବିଡିଓ ଫାଲୁଗନୀ ମାଝିଙ୍କ ସହ ଯୋଗାଯୋଗ ବେଳେ ମୁଁ ଏଠାରେ ନିୟୋଜିତ ହେବା ଦିନଠାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ ା ଏଣୁ ଏହାକୁ ତଦନ୍ତ କରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତିି ା

Share