୫ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲାର ୫ ଆହାରକେନ୍ଦ୍ରକୁ ଆଇଏସ୍‌ଓ-୯୦୦୧:୨୦୧୫ ମାନ୍ୟତା ପ୍ରଦାନ କରାଯାଇଥିବା ବୁଧବାର ଜିଲା ଆହାର ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି। ତନ୍ମଧ୍ୟରେ ଢେଙ୍କାନାଳ ପୌରାଞ୍ଚଳର ବସ୍‌ଷ୍ଟାଣ୍ଡ ଏବଂ ବାଜିଚୌକ୍‌ ନିକଟ ଆହାର କେନ୍ଦ୍ର ସହିତ, କାମାକ୍ଷାନଗର, ଭୁବନ ଏବଂ ହିନ୍ଦୋଳ ଏନ୍‌ଏସିରେ ଥିବା ଆହାର କେନ୍ଦ୍ର ରହିଛି।
ଗୁଣବତ୍ତା ବଜାୟ ରଖିବା, ଉନ୍ନତମାନର ପରିଚାଳନା ଏବଂ ସ୍ବଚ୍ଛତା ପାଇଁ ସମ୍ପୃକ୍ତ ଆହର କେନ୍ଦ୍ରଗୁଡ଼ିକୁ ଆଇଏସ୍‌ଓ ମାନ୍ୟତା ଦିଆଯାଇଛି। ଜିଲା ଆହାର ସୋସାଇଟିର ଅଧ୍ୟକ୍ଷ ତଥା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଥିବା ସମ୍ପାଦକ ତଥା ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି।

Share