Categories: ଖେଳ

୫ ଉଇକେଟ ପଡ଼ିବା ସତ୍ତ୍ୱେ ଭାରତର ସ୍ଥିତି ଦୃଢ଼

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ବିଶ୍ୱ ଚାମ୍ପିୟନଶିପର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଦିନରେ ୫ ଉଇକେଟ ହରାଇଥିଲେ ମଧ୍ୟ ଦୃଢ଼ ସ୍ଥିତିରେ ରହିଛି। ଭ୍ରମଣକାରୀ ଦଳ ଦିବସ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୬୪ ରନ କରିଛି। ଅଧିନାୟକ ବିରାଟ କୋହଲି ୭୬ ଓ ମୟଙ୍କ ଅଗ୍ରଓ୍ବାଲ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୧୩, ଚେତେଶ୍ୱର ପୂଜାରା ୬ ଓ ଗତ ମ୍ୟାଚ୍‌ରେ ଶତକ ଲଗାଇଥିବା ଅଜିଙ୍କ୍ୟ ରାହାନେ ୨୪ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ହନୁମା ବିହାରୀ ୪୨ ଓ ରିଷଭ ପନ୍ତ ୨୭ ରନ୍‌ କରି ଅପରାଜିତ ଅଛନ୍ତି। ଘରୋଇ ଦଳ ପକ୍ଷରୁ ଜାସନ ହୋଲ୍ଡର ୩ ଉଇକେଟ ନେଇଥିବାବେଳେ କେମାର ରୋଚ୍‌ ଓ ରଖିମ କର୍ନଓ୍ବାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share