Categories: ଜାତୀୟ

୫ ଉତ୍ତରପୂର୍ବ ରାଜ୍ୟରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ: ଥାଳି ବଜାଇ ଘଉଡ଼ାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ଆତଙ୍କ ସୃଷ୍ଟି କରିଛନ୍ତି ପାକିସ୍ତାନୀ ପଙ୍ଗପାଳ। ପଙ୍ଗପାଳ ଫସଲ ନଷ୍ଟ କରି ଚାଲିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପଙ୍ଗପାଳ ଘଉଡ଼େଇବା ଲାଗି ଚାଷୀ ଥାଳି ବଜାଉଛନ୍ତି। ଥାଳି ଶବ୍ଦରେ ପଙ୍ଗପାଳ ପଳାଇଯାଉଥିବା ଲୋକେ କହୁଛନ୍ତି। ଗୋଟିଏ ବର୍ଗ କିଲୋମିଟର ପରିମିତ ଆକାଶରେ ଏକା ସାଙ୍ଗରେ ୮୦ ନିୟୁତରୁ ଅଧିକ ପଙ୍ଗପାଳ ଉଡ଼ିପାରନ୍ତି। ଦିନକରେ ପଙ୍ଗପାଳ ଏକର ଏକର ଚାଷ ଜମିର ଫସଲ ନଷ୍ଟ କରିଦେଇଥାନ୍ତି। ପ୍ରତିଦିନ ପଙ୍ଗପାଳ ନିଜ ଶରୀର ଓଜନ ସହିତ ସମାନ ପରିମାଣର ଖାଦ୍ୟ ଖାଇଥାନ୍ତି। ଫଳରେ ଗୋଟିଏ ଏକର ଚାଷ ଜମିର ଫସଲ ନଷ୍ଟ କରିବାକୁ ଏଭଳି ପଙ୍ଗପାଳ ଦଳକୁ ମାତ୍ର କେଇ ଦିନ ସମୟ ଲାଗିଥାଏ।

Share