Categories: ଖେଳ

୫ କ୍ରିକେଟର ଥିଲେ ଗରିବ ଏବେ ପାଲଟିଛନ୍ତି କୋଟିପତିି

ନୂଆଦିଲ୍ଲୀ, ୭।୩: ଦିନେ ଗରିବ ଥିବା ୫ ଭାରତୀୟ କ୍ରିକେଟରଙ୍କ ପାଖରେ ଏବେ ଅଚଳାଚଳ ସମ୍ପତ୍ତି। ସେମାନେ ପାଲଟି ଯାଇଛନ୍ତି କୋଟିପତି। ସେମାନେ ହେଉଛି ବିରେନ୍ଦ୍ର ସେହ୍ବାଗ, ରବୀନ୍ଦ୍ର ଜାଡେଜା, ହରଭଜନ ସିଂ, ଜାହିର୍‌ ଖାଁ ଏବଂ ଉମେଶ ଯାଦବ ପ୍ରମୁଖ।
ସେହ୍ବାଗଙ୍କ ପିତା ଜଣେ ଗହମ ବିକାଳି ଭାବେ କାମ କରୁଥିଲେ। ତାଙ୍କ ପରିବାରରେ ସଭିଏଁ ମିଳିମିଶି ରହୁଥିଲେ। ପରିବାର ସଦସ୍ୟଙ୍କ ସଂଖ୍ୟା ୫୦ ଥିଲା। ବିରେନ୍ଦ୍ରଙ୍କୁ କ୍ରିକେଟ ଅଭ୍ୟାସ ପାଇଁ ପ୍ରତିଦିନ ୮୪ କିଲୋମିଟର ଆସିବାକୁ ପଡୁଥିଲା।
ସେହିପରି ରବୀନ୍ଦ୍ରଙ୍କ ପିତା ଏକ ଘରୋଇ କମ୍ପାନୀରେ ଓ୍ବାଚମ୍ୟାନ୍‌ ଭାବେ କାର୍ଯ୍ୟକରୁଥିଲେ। ପିତାଙ୍କ ସ୍ବଳ୍ପ ରୋଜଗାରରେ ପରିବାର ଭରଣପୋଷଣ ସମ୍ଭବ ହୋଇପାରୁ ନ ଥିଲା।
ତ୍‌ହରଭଜନ ସିଂଙ୍କ ପରିବାର ଗରିବ ଥିଲା। ଘରର ଭରଣପୋଷଣ ପାଇଁ କାନାଡ଼ାରେ ଟ୍ୟାକ୍ସି ଚଳାଇବାକୁ ଯିବାର ଯୋଜନା କରିଥିଲେ ହରଭଜନ। ତେବେ ତାଙ୍କ ଭାଗ୍ୟରେ ଆସିଥିଲା ପରିବର୍ତ୍ତନ। ସେ ରାତାରାତି ପାଲଟି ଯାଇଥିଲେ ଭାରତୀୟ କ୍ରିକେଟ ଷ୍ଟାର୍‌।
ଜାହିର୍‌ ଖାଁଙ୍କ ପରିବାର ଅତି ଗରିବ ଥିଲା। ସେ ମାଉସୀଙ୍କ ପାଖରେ ରହୁଥିଲେ। ମାଉସୀ ଜଣେ ନର୍ସଥିଲେ। ମାଉସୀଙ୍କର ଗୋଟିଏ ମାତ୍ର ଛୋଟ ଘରେ ଜାହିର୍‌ ରହୁଥିଲେ। ସେ ତଳେ ଶୋଉଥିଲେ। ପରେ ଜାହିର୍‌ ଚାକିରି ମଧ୍ୟ କରିଥିଲେ।
ଉମେଶ ଯାଦବଙ୍କ ପିତା କୋଇଲା ଖଣିରେ କାମ କରୁଥିଲେ। ଦିନରେ ଦୁଇବେଳା ଖାଇବା ସୁଯୋଗ ମଧ୍ୟ ଉମେଶଙ୍କ ଭାଗ୍ୟରେ ଜୁଟୁ ନ ଥିଲା। ତେବେ କଠିନ ପରିଶ୍ରମ ଦ୍ୱାରା ସେ ଭାରତୀୟ କ୍ରିକେଟରେ ଯୋଗଦେଇଥିଲେ। ଏବେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି।

Share