୫ ଜିଲାରେ ଉଜାଡ଼ିବ ଜଙ୍ଗଲ, ଚାଷ

କଟକ ଅଫିସ,୩ା୬: ପାକିସ୍ତାନୀ ପଙ୍ଗପାଳ ଏବେ ଛତିଶଗଡ଼ରେ ଉପଦ୍ରବ ଚଳାଇଛି। କିନ୍ତୁ ଓଡ଼ିଶାରେ ସେମାନଙ୍କ ଆଗମନ ସୂଚନା ପାଇବା ପରେ ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀଙ୍କ ଭିତରେ ଭାଳେଣି ପଡ଼ିଲାଣି। କିଛି ଦିନ ଭିତରେ ପଙ୍ଗପାଳ ଦଳ ଛତିଶଗଡ଼ ସୀମାବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବେଶ କରିବେ ବୋଲି ପୂର୍ବାନୁମାନ କରିଛି ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆର୍‌ଆର୍‌ଆଇ)। ଫଳସ୍ବରୂପ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଭଳି ଜିଲାର ଜଙ୍ଗଲ ଓ ପରିବା ଚାଷ ଉଜୁଡ଼ିବା ଆଶଙ୍କା ରହିଛି। ଏବେ ପ୍ରାୟ ଜମିରେ ଧାନ ଚାଷ ନ ଥିବା ଯୋଗୁ ପନିପରିବା ଚାଷ ହିଁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ରର କୀଟ ବିଜ୍ଞାନ ବିଭାଗ ପ୍ରଧାନ ବୈଜ୍ଞାନିକ ଡା. ଶ୍ୟାମାରଞ୍ଜନ ଦାସ ମହାପାତ୍ର କହିଛନ୍ତି। ପ୍ରତ୍ୟେକ ଜିଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ପ୍ରତିକାର ପାଇଁ ସଜାଗ ରହିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା କେନ୍ଦ୍ର କହିଛି। ପ୍ରତିକାର ସଠିକ୍‌ ଭାବେ ନ ହେଲେ ଏହା ଓଡ଼ିଶା ପାଇଁ ବିପର୍ଯ୍ୟୟକୁ ଡାକିଆଣିବ ବୋଲି ମଧ୍ୟ କେନ୍ଦ୍ର ଚେତାଇଦେଇଛି।
ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟ ନଷ୍ଟ କରିପାରନ୍ତି
ଖାଦ୍ୟ ଏବଂ କୃଷି ସଙ୍ଗଠନ (ଏଫ୍‌ଏଓ)ର ସୂଚନା ଅନୁଯାୟୀ, ପଙ୍ଗପାଳ ଦଳ ଛତିଶଗଡ଼ରେ ପହଞ୍ଚତ୍ ସାରିଛନ୍ତି। ଏମାନେ ହେଲେ ମରୁଭୂମି ପଙ୍ଗପାଳ ପ୍ରଜାତି। ପ୍ରାୟ ୨୩ଟି ପଙ୍ଗପାଳ ଦଳ ପଶ୍ଚିମ ଆଫ୍ରିକାରୁ ଆସିଛି। ପୂର୍ବ ଆଫ୍ରିକା ଅତିକ୍ରମ କରି ସେମାନେ ବେଲୁଚିସ୍ତାନ ପରେ ପାକିସ୍ତାନ ଦେଇ ରାଜସ୍ଥାନରେ ପ୍ରବେଶ କରିଥିଲେ। ପରେ ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼କୁ ପହଞ୍ଚତ୍ ସାରିଲେଣି। ଘଣ୍ଟାକୁ ୧୬ରୁ ୧୯ କି.ମି. ବେଗରେ ଗତି କରୁଥିବା ଏହି ପଙ୍ଗପାଳ ଦଳ ଗୋଟିଏ ଦିନରେ ଅତିକମ୍‌ରେ ୧୩୦ କି.ମି. ଅତିକ୍ରମ କରୁଛନ୍ତି। ଦିନ ସମୟରେ ଉଡ଼ିବା ସହ ରାତିରେ ଏମାନେ ବିଶ୍ରାମ ନିଅନ୍ତି। ଜଳର ଆସ୍ତରଣ ଥିଲେ ବିଶ୍ରାମ ବଦଳରେ ରାତିରେ ମଧ୍ୟ ଉଡ଼ିଥାନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ଗୋଟିଏ ବର୍ଗକିଲୋମିଟର ଆଚ୍ଛାଦିତ କ୍ଷେତ୍ରଫଳରେ ପ୍ରାୟ ୪୦ରୁ ୮୦ ଲକ୍ଷ ସଂଖ୍ୟକ ପଙ୍ଗପାଳ ରହିଥାନ୍ତି। ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟକୁ ଏମାନେ ନଷ୍ଟ କରିପାରନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ଯୋଗୁ ପଙ୍ଗପାଳ ଦଳର ଗତି ପ୍ରଭାବିତ ହୋଇଥିଲା। ଜୁଲାଇ ପର୍ଯ୍ୟନ୍ତ ପଙ୍ଗପାଳ ଦଳର ଉପଦ୍ରବ ରହିବ। ମୌସୁମୀ ବାୟୁର ପ୍ରଭାବରେ ପଙ୍ଗପାଳ ପଶ୍ଚିମାଭିମୁଖୀ ହେବେ ଓ ପ୍ରଜନନ ଆରମ୍ଭ କରିବେ। ଏମାନଙ୍କ ପ୍ରଜନନ ସମୟ ହେଉଛି ଜୁଲାଇରୁ ଅକ୍ଟୋବର ମାସ। ଗୋଟିଏ ମାଈ ମରୁଭୂମି ପଙ୍ଗପାଳ ଥରକରେ ୬୦ରୁ ୮୦ଟି ଅଣ୍ଡା ଦେଇଥାଏ। ବାଲି-କାଦୁଅ ମିଶା ଆଦର୍‌ର ମାଟିରେ ହିଁ ଏମାନେ ଅଣ୍ଡା ଦିଅନ୍ତି।
୨୦୧୦ ପରଠାରୁ ଭାରତରେ ଏତେ ସଂଖ୍ୟାରେ ପଙ୍ଗପାଳ ପ୍ରଜନନ ଓ ଘୂରି ବୁଲିବା ଦେଖାଯାଇ ନ ଥିଲା। ଭାରତରେ ପଙ୍ଗପାଳଜନିତ ମହାମାରୀ ୧୨ଥର ଘଟିଛି। ୧୯୬୨ ପୂର୍ବରୁ ଭାରତରେ ମରୁଭୂମି ପଙ୍ଗପାଳଙ୍କ ପ୍ରାଦ୍ରୁର୍ଭାବ ମାତ୍ରାଧିକ ରହିଥିଲା। ୧୯୬୪ରୁ ୧୯୯୭ ପର୍ଯ୍ୟନ୍ତ ୧୩ ଥର ପଙ୍ଗପାଳଜନିତ ସମସ୍ୟା ଦେଖାଦେଇଛି। ୧୯୯୮ରୁ ୨୦୧୦ ପର୍ଯ୍ୟନ୍ତ ୪ଥର ପଙ୍ଗପାଳ ପ୍ରଜନନ ଓ ଘୂରିବୁଲିବା ଘଟଣା ଭାରତର ସୀମିତ ଅଞ୍ଚଳରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri