୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ : ୫ ଜୁଆଡ଼ି ଗିରଫ

ରାଉରକେଲା ଅଫିସ,୭।୮: ରାଉରକେଲା ଉଦିତନଗର ପୋଲିସ ବୁଧବାର ୫ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନେ ହେଲେ ନାଲ ରୋଡ୍‌ ବାସିନ୍ଦା ଉତ୍ତମ ଶର୍ମା, ବାସନ୍ତୀ କଲୋନୀର ଉମା ସିଂ, ପ୍ଲାଣ୍ଟ ସାଇଟ୍‌ ବାସିନ୍ଦା ରାଜୁ ଲୋଧି, ଗାନ୍ଧୀ ରୋଡ୍‌ର ମନପ୍ରୀତ ସିଂ, ନାଲା ରୋଡ୍‌ର ଏମ୍‌ଡି ରଫିକ୍‌। ଏମାନଙ୍କ ଠାରୁ ନଗଦ ୪ ଲକ୍ଷ ୧୭ ହଜାର ଟଙ୍କା ଜବତ କରାଯାଇଛି।