୫-ଟି ଅନୁଧ୍ୟାନକାରୀ ଦଳ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି କଲେ ଯାଞ୍ଚ୍‌

ଯାଜପୁର ଅଫିସ,୧୩।୧୦: ଯାଜପୁରରେ ୫-ଟି ଅନୁଧ୍ୟାନକାରୀ ଦଳ ପହଞ୍ଚି ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଯୁଗ୍ମସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲୀପ କୁମାର ମହାନ୍ତି ଏବଂ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ଏହି ଦଳରେ ଅଛନ୍ତି। ରୋଗୀ ସେବା ପାଇଁ ଆନୁଷଙ୍ଗିକ ଯନ୍ତ୍ରପାତି ଡିଏମ୍‌ଏଫ୍‌ ଫଣ୍ଡ୍‌ରୁ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖୁବଶୀଘ୍ର ଆଇସିୟୁ, ଡିଜିଟାଲ ଏକ୍ସ-ରେ ଓ ମାଗଣା ଔଷଧ ବିତରଣ କେନ୍ଦ୍ର ଗୋଟିଏ ପରିବର୍ତ୍ତେ ଦୁଇଟି କାର୍ଯ୍ୟକ୍ଷମ ପାଇଁ ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ସିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଧ୍ୟାନ ସମୟରେ ଯାଜପୁର ଭରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଏସ୍‌ପି ଚରଣସିଂ ମୀନା, ସିଡିଏମ୍‌ଓ ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।