୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ

ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ କରିଥିଲା। ତାଳସାରିରୁ ଉଦୟପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏଥିସହିତ ଉଦୟପୁର ସୀମା ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପର୍ଯ୍ୟଟନ କେନ୍ଦ୍ରର ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପର୍ଯ୍ୟଟନ ନିର୍ଦ୍ଦେଶକ କିଶନ କୁମାର, ୱାର୍କ ସଚିବ ସଚିନ ଯାଦବ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଉନ୍ନୟନ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ୫-ଟି ସଚିବଙ୍କ ଅଚାନକ ଗସ୍ତ ଫଳରେ ସରକାରୀ ଅଫିସ ଗୁଡିକରେ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିଲା।

Share