୫-ଟି ସଚିବଙ୍କ ହିଞ୍ଜଳି ଗସ୍ତ: ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ, ଶିକ୍ଷା ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ୱ

ଶେରଗଡ଼, ୩୧।୧(ଡି.ଏନ୍‌.ଏ.): ରାଜ୍ୟର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ଏବଂ ପ୍ରକଳ୍ପ ବୁଲି ଦେଖିଛନ୍ତି। ସକାଳ ୮ଟାରେ ସେ ନନ୍ଦିକ ଗ୍ରାମରେ ଥିବା ଉନ୍ନତ ଉଚ୍ଚ ବିଦ୍ୟାଳୟ ପହଞ୍ଚି ଛାତ୍ରୀଛାତ୍ରଙ୍କ ଶ୍ରେଣୀ ବୁଲିଥିଲେ। ଏହାପରେ ବାଳକୃଷ୍ଣପୁର, ପାଟପୁର, ସାହପୁର ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟଗୁଡିକ ଦେଖି ଫେରିଥିଲେ। ହିଞ୍ଜଳି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ବିଦ୍ୟାଳୟ ଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

ହିଞ୍ଜିଳି ବ୍ଲକର ଶିକ୍ଷା ବ୍ୟବସ୍ଥାର ସୁଧାର ସହ ବିଦ୍ୟାଳୟରେ ସୌଖିକ ବାତାବରଣ ଯେପରି ସୃଷ୍ଟି ହେବ, ଛାତ୍ରୀଛାତ୍ରମାନେ ମେଧାବୀ ହୋଇ ବାହାରିବେ ସେ ଦିଗରେ ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମକର୍ତ୍ତା ଦୃଷ୍ଟି ଦେଇ କାମ କରିବାକୁ କହିଥିଲେ। ଉକ୍ତ ପରିଦର୍ଶନ ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗ, ଶିକ୍ଷାଧିକାରୀ, ବିଡିଓଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।