ରାୟଗଡ଼ା ଅଫିସ ,୨୭।୨: ଭାରତୀୟ ମଜଦୁର ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ରାୟଗଡ଼ା ଜିଲା ଶାଖା ଆଶା ସାଥୀ ଏବଂ ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଏନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ସିଡିଏମ୍ଓ ଆର୍ତ୍ତବନ୍ଧୁ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୭/୦୨/୨୦୦୬ ମସିହାରୁ ଆଶା ଭାବେ କାର୍ଯ୍ୟକରି ୨୦୧୩ ମସିହା ଠାରୁ ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟକରି ଆସୁଥିଲେ। ଆଶା ସାଥୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ, ୟୁନିଫର୍ମ ଲାଗୁ, ଟ୍ରେନିଂ ପ୍ରଦାନ, ଇନ୍ସ୍ୟୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଆଦି ସେମାନଙ୍କ ଦାବି ରହିଛି।