୫ ଦଫା ଦାବିରେ ଆଶା ସାଥୀ ସଂଘର ବିକ୍ଷୋଭ

ରାୟଗଡ଼ା ଅଫିସ ,୨୭।୨: ଭାରତୀୟ ମଜଦୁର ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ରାୟଗଡ଼ା ଜିଲା ଶାଖା ଆଶା ସାଥୀ ଏବଂ ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଏନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୭/୦୨/୨୦୦୬ ମସିହାରୁ ଆଶା ଭାବେ କାର୍ଯ୍ୟକରି ୨୦୧୩ ମସିହା ଠାରୁ ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟକରି ଆସୁଥିଲେ। ଆଶା ସାଥୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ, ୟୁନିଫର୍ମ ଲାଗୁ, ଟ୍ରେନିଂ ପ୍ରଦାନ, ଇନ୍‌ସ୍ୟୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଆଦି ସେମାନଙ୍କ ଦାବି ରହିଛି।

Share