୫ ଦଫା ଦାବିରେ ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ : ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କେନ୍ଦୁଝର,୧୪।୬(ସ୍ବ.ପ୍ର.): ୫ ଦଫା ଦାବିରେ ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଆହ୍ବାନରେ ଶୁକ୍ରବାର କେନ୍ଦୁଝର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହୋଇଛି। ଏହା ଅଧୀନରେ ଥିବା ଜିଲାର ୧୫ ଶାଖାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ କଳାବ୍ୟାଜ ପରିଧାନ କରି ଆନ୍ଦୋଳନ କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବର୍ଦ୍ଧିତ ଘରଭଡା, ଖାଲି ପଡିଥିବା ପଦବୀ ପୂରଣ, ସମବାୟ କ୍ଷେତ୍ରରେ ଦ୍ୱିସ୍ତରୀୟ ବ୍ୟାଙ୍କ ପୁନର୍ଗଠନ ଦିଗରେ ପଦକ୍ଷେପ ନେବା ଆଦି ଦାବିରେ ଏହି ଆନ୍ଦୋଳନ ହୋଇଛି। ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ଆସନ୍ତା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲା ସଂଘର ସଭାପତି ଇନ୍ଦ୍ରାବତୀ ପାଢୀ, ଉପ ସଭାପତି ଅନିଲ ସାହୁ ଓ ସାଧାରଣ ସମ୍ପାଦକ ଆଲୋକ ବଳ ଚେତାବନୀ ଦେଇଛନ୍ତି