୫ ଦିନରେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଯାତ୍ରୀ କଲେ ଯାତ୍ରା: ୬୯ କୋଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ରାଜଧାନୀ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରାଯାଉଛିି। ୧୨ ମେଠାରୁ ଗତ ୫ଦିନ ମଧ୍ୟରେ ଏସବୁ ଟ୍ରେନ୍‌ରେ ୩ ଲକ୍ଷ ୩୮ ହଜାର ୬୩୪ ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଏହାଦ୍ୱାରା ୬୯ କୋଟି ୩୩ ଲକ୍ଷ ୬୭ ହଜାର ୭୩୫ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବାସୀଙ୍କ ସୁବିଧା ପାଇଁ ସ୍ପେଶାଲ ଟ୍ରେନ୍‌ ଚଳାଚଳ ମେ ୨୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ରେଳ ବିଭାଗ କହିଛି।

Share