Categories: ବାଣିଜ୍ୟ

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି। ବଜାରରେ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ତଥା ସାମଗ୍ରୀଗୁଡ଼ିକର ଦରବୃଦ୍ଧି କାରଣରୁ ଆର୍‌ଆଇଏଲ୍‌କୁ ଜୋର୍‌ ଝଟ୍‌କା ଲାଗିଥିଲା। ଏହି କାରଣରୁ ଦେଶର ସର୍ବବୃହତ୍‌ ମୂଲ୍ୟବାନ କମ୍ପାନୀ ଭାବେ ଆର୍‌ଆଇଏଲ୍‌ର ସ୍ଥାନ ଖସିଯାଇଥିଲା। ଶୁକ୍ରବାର ଟିସିଏସ୍‌ ପୁଣିଥରେ ଦେଶର ସର୍ବବୃହତ୍‌ ମୂଲ୍ୟବାନ କମ୍ପାନୀ ହୋଇପାରିଛି। ଏହି ଦିନ ଆର୍‌ଆଇଏଲ୍‌ର ମାର୍କେଟ ଭାଲ୍ୟୁ ୭.୯୩ ଲକ୍ଷ କୋଟି ଟଙ୍କା ଥିଲା ବେଳେ ଟିସିଏସ୍‌ର ୮.୦୧ ଲକ୍ଷ କୋଟି ଟଙ୍କା ଥିଲା। ଫଳରେ ଆର୍‌ଆଇଏଲ୍‌ର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇସାରିଲାଣି।

Share