Categories: ଜାତୀୟ

୫ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ସ୍ବାଗତ ଜଣାଇଛନ୍ତି। ଶନିବାର ଦିଲ୍ଲୀରେ ରହଣି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସେ ରାଜଘାଟ ଯାଇ ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ। ରବିବାର ସେ ଉତ୍ତର ପ୍ରଦେଶ ଗସ୍ତ କରିବା ସମୟରେ କାଶୀ ବିଶ୍ୱନାଥ ମନ୍ଦିର ଓ ସାରନାଥ ବୁଦ୍ଧିଷ୍ଟ ଟେମ୍ପଲ ଦର୍ଶନ କରିବେ। ଏହି ସମୟରେ ବାରାଣସୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଫେବୃୟାରୀ ୧୦ରେ ସେ ବିହାର ଗସ୍ତ କରବା ସହ ବୋଧ ଗୟା ଓ ମହାବୋଧି ମନ୍ଦିର ଦର୍ଶନ କରିବେ। ଏହାପରେ ତିରୁପତି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବୈଦେଶିକ ବାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share