Categories: ଖେଳ

୧ ରନ୍‌ ପାଇଁ ଦ୍ୱିଶତକରୁ ହୋଇଛନ୍ତି ବଞ୍ଚିତ ୫ କ୍ରିକେଟର

କ୍ରିକେଟରେ ଆଉଟ୍‌ ଏକ ଏଭଳି ଶବ୍ଦ, ଯାହା କୌଣସି ବ୍ୟାଟ୍ସମ୍ୟାନ୍‌ ଶୁଣିବାକୁ ଚାହିଁନଥାନ୍ତି । ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ୍‌ ୧ ରନ୍‌ କରି ଖାତା ଖୋଲିଲେ ଶତକ କିମ୍ବା ଦ୍ୱିଶତକ କରିବାର ଲକ୍ଷ୍ୟ ରଖିଥାନ୍ତି। କିନ୍ତୁ ଯଦି ୧୯୯ରେ ପହଞ୍ଚି ଦ୍ୱିଶତକ କରି ନ ପାରି ଆଉଟ୍‌ ହୋଇଯାନ୍ତି, ତେବେ ତାହାକୁ ଦୁର୍ଭାଗ୍ୟଜନକ  କୁହାଯାଇପାରେ। ଏମିତି ବିଶ୍ୱର କିଛି ଖେଳାଳି ଅଛନ୍ତି ଯେଉଁମାନେ ୧୯୯ ରନ୍‌ରେ ଆଉଟ୍‌ ହୋଇଛନ୍ତି।

କେ.ଏଲ ରାହୁଲ
ଭାରତୀୟ ଯୁବ କ୍ରିକେଟର କେ.ଏଲ ରାହୁଲ ମାତ୍ର ଗୋଟିଏ ରନ୍‌ ପାଇଁ ଟେଷ୍ଟ କ୍ରିକେଟର ପ୍ରଥମ ଦ୍ୱିଶତକ ହାସଲରୁ ବଞ୍ଚିତ ହୋଇଥିଲେ। ୧୯୯ ରନରେ ଆଉଟ ହେବାରେ ସେ ଭାରତର ଦ୍ୱିତୀୟ ଏବଂ ବିଶ୍ୱର ୯ମ କ୍ରିକେଟର ଅଟନ୍ତି।

ଷ୍ଟିଭ୍‌ ଓ୍ବ
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବ ୧୯୯୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ୧୯୯ରନରେ ଆଉଟ୍‌ ହୋଇଥିଲେ।

ସନଥ ଜୟସୁରିୟା
ଶ୍ରୀଲଙ୍କାର ପୂର୍ବତନ ଓପନର ଭାରତ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ୧୯୯ ରନରେ ଆଉଟ ହୋଇଥିଲେ।

କୁମାର ସାଙ୍ଗାକାରା
ଶ୍ରୀଲଙ୍କାର ଅନ୍ୟତମ ଖେଳାଳି କୁମାର ସାଙ୍ଗାକାରା ମଧ୍ୟ ପାକିସ୍ତାନ ବିପକ୍ଷରେ ୧୯୯ରନ କରିଥିବାବେଳେ ଆଉଟ୍‌ ହୋଇଥିଲେ।

ମହମ୍ମଦ ଆଜାରୁଦ୍ଦିନ
ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ଏହି କ୍ଲବରେ ସାମିଲ ଅଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଶ୍ରୀଲଙ୍କା ବିପକ୍ଷରେ ୧୯୯ ରନରେ ଆଉଟ୍‌ ହୋଇଥିଲେ।

Share