୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ ଟୁଥ୍‌ ଓ ୫ ଇଅର ଫୋନ୍‌ ଜବତ କରାଯାଇଛି । ମାମଲା ନଂ(୮୭/୧୯) ଅନୁଯାୟୀ ସେମାନଙ୍କୁ ଜୁବେନାଇଲ୍‌ ଜଷ୍ଟିସ ବୋର୍ଡ଼କୁ ପଠାଇଦିଆଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ପୂର୍ବରୁ ଉକ୍ତ ନାବାଳକ ଗ୍ୟାଙ୍ଗଙ୍କୁ ଅନ୍ୟ ଏକ ଚୋରି ଅଭିଯୋଗରେ ଜୁବେନାଇଲ ଜଷ୍ଟିସ ବୋର୍ଡ଼କୁ ପଠାଯାଇଥିଲା। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଧରାପଡି ନ ଥିବା ପୋଲିସ ସୂଚନା ଦେଇଛି ।

ପ୍ରକାଶ ଯେ, ଉକ୍ତ ଥାନା ଅନ୍ତର୍ଗତ ଲାଲା ସାହିରେ ଥିବା ଜିଓ ମୋବାଇଲ ଦୋକାନରୁ ଗତ ୨୩ ବିଳମ୍ବିତ ରାତିରେ ମୋବାଇଲ ଓ ମୋବାଇଲ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଦୋକାନ ମାଲିକ କାଳିଆ ସାହୁ ଏ ନେଇ ବଡବଜ଼ାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସି କ୍ୟାମେରା ଭିଡିଓ ଫୁଟେଜକୁ ଆଧାର କରି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିବା ନେଇ ଥାନାଧିକାରୀ ଭୂପତି କହିଛନ୍ତି ।

Share