୫ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରୁ ସ୍ବାବ୍‌ ସଂଗ୍ରହ

ଭଣ୍ଡାରିପୋଖରୀ, ୮ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଶୁକ୍ରବାର ରହଣିଆ ହାଇସ୍କୁଲଠାରେ ହୋଇଥିବା ସାମୂହିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ କରାଯାଇଛି। ବ୍ଲକର କୁରିଗାଁ, ଦକ୍ଷିଣବାଡ଼, ସରସଦା, ରହଣିଆ, ବୟା ବନାପୁର ପଞ୍ଚାୟତରେ ଆସିଥିବା ୯୨ଜଣ ପ୍ରବାସୀ ଓଡ଼ିଆଙ୍କ ସ୍ବାବ ସଂଗ୍ରହ କରାଯାଇଛି। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା କମଳାକାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ଡା. ପ୍ରତ୍ୟୁଷା ପ୍ରିୟଦର୍ଶନୀ ଦାସ, ଡା. ଅଙ୍କିତା ଉପାସନା ନାୟକ, ଡା. ଜ୍ୟୋତିପ୍ରକାଶ ସ୍ବାଇଁ, ଡା. ଦେବଦତ୍ତ ପାଣିଗ୍ରାହୀ, ସୁପରଭାଇଜର ମନୋରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବାବ ସଂଗ୍ରହ କରିଥିଲେ। ରହଣିଆ ସରପଞ୍ଚ ଅଲିଭା ନାୟକ, ବୀରେନ୍ଦ୍ର ନାୟକ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Share