Categories: ଜାତୀୟ

୫ ପଡ଼ୋଶୀ ରାଷ୍ଟ୍ରକୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବ୍ୟତୀତ ଅନ୍ୟ ୫ଟି ପଡୋଶୀ ଦେଶର ୭ ଜଣ ନେତାଙ୍କୁ ଫୋନ୍‌ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତବାସୀଙ୍କ ତରଫରୁ ନବବର୍ଷର ଅଭିନନ୍ଦନ ଜଣାଇ ମୋଦି କହିଥିଲେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ାଇବା ତାଙ୍କ ସରକାରର ପ୍ରାଥମିକତା। ସେହିପରି ଭୁଟାନ ରାଜା ଜିଗ୍‌ମେ ଖେସର ନାମଗ୍ୟାଲ ଓ୍ବାଙ୍ଗ୍‌ଚୁକ୍‌, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିଙ୍କୁ ମୋଦି ଅଭିନନ୍ଦନ ଜଣାଇଥିଲେ। ପଡୋଶୀ ଦେଶଗୁଡ଼ିକ ଭାରତ ସହ ସମ୍ପର୍କ ଦୃଢ଼ୀଭୂତ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ।

Share