୫ ପରାନୀ କୁଟୁମର ବୋଝ୍‌:ସରକାରୀ ଯୋଜନାରୁ ବଁଚିତ ଦିବ୍ୟାଙ୍ଗ ଗଣେଶ

ବିନିକା,୨୧ା୫(ଡି.ଏନ୍‌.ଏ.) ବିନିକା,୨୦ା୫(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁା ହାଇସ୍କୁଲ ପଡ଼ାର ଦିବ୍ୟାଙ୍ଗ ଗଣେଶ ବାଘ(୨୮)। ଜନମୁ ତାକର ଗୁଟେ ଆଏଁଖ୍‌ ନାଇଁ ଦିଶବାର। ସେ ନିହାତି ଗରିବ୍‌ ଘରର ପିଲା ହେଇଥିଲା ବେଲେ ଚିକିସତ୍ା ଲାଗି ଟଁକା ପଏସାର ବଡ଼ଭାରି ଅଭାବ୍‌ ରହିଛେ। ଆଏଜ୍‌ବି ସେ ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ, ସିଂଘିଯୁବା ଗଁା ହାଇସ୍କୁଲ ପଡ଼ାର ଗଣେଶକଁର ପରିବାର କହେଲେ ବାପ୍‌ ରାଜେନ୍ଦ୍ର ବାଘ(୬୪), ମା’ ପ୍ରେମ(୬୦), ମାଏକିନା ରଶ୍ମିତା(୨୭), ଝି’ ମୀରା ଆର ପୁଓ ମିଲନକେ ନେଇ ତାକର ସଁସାର। ଗଣେଶର ଜନମ୍‌ବେଲୁ ଭୁଜନି ଆଏଁଖ୍‌ଟା ମୁଜି ହେଇ ରହିଛେ, ସେ ଡେବରି ଆଏଁଖ୍‌ଥି ଯାହା ଦେଖୁଛନ୍‌। ବହୁତ ବଛର ଆଗ୍‌ରୁ ମା’ବାପ୍‌ ତାହାକୁ ବୁର୍ଲା ଚିକିସତ୍ା ଲାଗି ନେଇଥିଲେ। ହେଲେ ଡାକ୍‌ତର ଚିକିସତ୍ା ଲାଗି ବହୁତ୍‌ ଟଁକା ଦରକାର ବଲି କହେଲାରୁ ମା’ବାପ୍‌ ନିରାଶ ହେଇ ପୁଓକେ ଧରି ଘରକେ ଫିରିଆସିଥିଲେ। ସେଦିନ୍‌ଠାନୁ ଗଣେଶର ଚିକିସତ୍ା ଅଟକିଛେ। ଗଣେଶର ବାପା ଆଗରୁ କୁଲି ମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବଏସ୍‌ ଅଧ୍‌କା ଲାଗି ସେ ଏହେଦେ କାମଧଁଦା ନାଇଁ କରିପାରବାର। ପରିବାରର ବୋଝ୍‌ ଏହେଦେ ଗଣେଶ ଉପରେ ରହିଛେ। ଗଣେଶ ଗଁାର ମାହାଜନ ପାସେ କାମ କରି ଦିନକ ୨ଶହ ଟଁକା ରୁଜଗାର କରୁଛନ୍‌। ସେ ଯାହା କମଉଛନ୍‌ ପରିବାରର ତେଲନୁନ୍‌ରେ ସରିଯାଉଛେ, ଏନ୍‌ତାଥି ଅଁାଖିର ଚିକିସତ୍ା କଥା କିଏ ପଚାରେ। ଗଣେଶ ଅନେକ ସରକାରୀ ଯୋଜନାରୁ ବଁଚିତ ଥିବାର ଅଭିଯୋଗ କରିଛନ୍‌। ଆଏଜତକ୍‌ ତାହାକୁ କେହେନ୍‌ସି ଅବାସ ଯୋଜନାରେ ସାମିଲ ନାଇଁ କରାଯାଇ। ଦିବ୍ୟାଙ୍ଗ ପରମାନପତର ଥିଲେ ବି ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ନାଇଁ ପାଏବାର। ମା’ବାପ୍‌ ଆର ଗଣେଶ ପାଉଥିବାର ୫ଶହ ଟଁକା ଭତା, ଫ୍ୟାମିଲି ବେନିଫିସେରୀ ଯୋଜନାରେ ଝନ୍‌ପିଛା ୫ କେ.ଜି ହିସାବେ ପାଉଥିବାର ୩୦ କେ.ଜି. ଚାଉଲ ପରିବାରର ସାହାଭରସା ପାଲଟିଛେ। ଇ ବାବ୍‌ଦେ ସିଂଘିଯୁବା କାର୍ଯ୍ୟନିର୍ବାହୀ ଅଧ୍‌କାରୀ ରମାକାନ୍ତ ନାଏକକୁଁ ପଚରାଲାରୁ ଗଣେଶ ଇ ବାବ୍‌ଦେ ଆମକୁ ନାଇଁ ଜନେଇ। ତାହାକୁ କେନ୍‌ଥେଇ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯାଇ ପାରବା ସେ ବିଷେରେ ବିନିକା ଯୋଗାଣ ଅଧ୍‌କାରୀକଁର ସଂଗେ କଥା ହେମି। ଯେତେ ଜଲଦି ହେବା ତାକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଗଣେଶର ଅଁାଖିର ଚିକିସତ୍ା ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ପ୍ରଭାସ ପଧାନକୁଁ ପଚରାଲାରୁ ତାକର ଅଁାଖି ପରୀକ୍ଷା କଲା ଉତାରୁ କେନ୍‌ ପରକାର ଚିକିସତ୍ା ଦରକାର କହିହେବା ବଲି ସେ କହିଥିଲେ।