Advertisement

୫ ପ୍ୟାକେଟ ବ୍ରାଉନସୁଗାର ଜବତ, ୫ ଗିରଫ

ରଣପୁର,୪।୮(ସ୍ବ.ପ୍ର.) : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ନୟାଗଡ଼ ଜିଲାର ରଣପୁର ଥାନା ପୋଲିସ ରଣପୁର ବଜାର, ବିଭିନ୍ନ ସାହି, ମଣିନାଗ ପୀଠ ଓ ବ୍ଲକ ଅଞ୍ଚଳରେ ରବିବାର ଚଢ଼ାଉ ଜାରିରଖିଛି। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୋଲିସ ରଣପୁର ସୁଆରସାହିର ବାପି ଖଟେଇ(୩୨) ଓ ଟୁଲୁ ପ୍ରଧାନ (୩୨)ଙ୍କ ସମେତ ୫ ଜଣଙ୍କୁ ଗିରଫ କରି ୫ ପ୍ୟାକେଟ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସର ଚଢ଼ାଉକୁ ଦେଖି ଅନେକ ବ୍ରାଉନସୁଗାର ବେପାରୀ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଗତ ୩୧ ତାରିଖ ‘ଧରିତ୍ରୀ’ ଶିରୋନାମାରେ ‘ବ୍ରାଉନସୁଗାର କବଳରେ ରଣପୁର’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share