୫ ଫୁଟ୍‌ର ନାଗ ଉଦ୍ଧାର

ଚୌଦ୍ୱାର,୧୦।୫(ଡି.ଏନ.ଏ.)-ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଗୁପ୍ତେଶର ସାହି ସ୍ଥିତ ସନାତନ ଜେନାଙ୍କ ଘରୁ ରବିବାର ଏକ ୫ଫୁଟର ନାଗସାପ ଉଦ୍ଧାର କରାଯାଇଛି। ସାପଟି ସନାତନଙ୍କ ଅଗଣାରେ ବୁଲୁଥିଲା। ଏହାଦେଖି ସନାତନଙ୍କ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ। ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଡମଣି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି।

Share