୫ ବଛର ହେଲା ଖଟେ ପଡ଼ିଛନ୍‌ ଲମ୍ବୋଦର

ବିନିକା,୨୦।୩ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)। ସେ ଅନେକ୍‌ ବଛର ହେଲା ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ଅଭାବ ଅନାଟନ ଲାଗି ଉଷୋକଷା କରି ନାଇଁ ପାରୁଥିଲାବେଲେ ଭିନେ ଭିନେ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)କଁର ପରିବାର କହେଲେ ମାଏକିନା ମନ(୪୨) ଆର ଗୁଟେ ବଲି ଝି’ ପ୍ରଭାସିନୀ(୯)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୪ ଡେସିମିଲ ଘର ଡିହ। ସେଟା ବି ସରକାରୀ। ବଛର କେତେଟା ଆଗରୁ ଲମ୍ବୋଦର କୁଲିମଜୁରି କରି ନିଜର କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ ସେ ମଧୁମେହ ରୋଗ୍‌ରେ ପଡ଼ଲେ। ପଛେ ସେ ଟିବି ରୋଗ୍‌ରେ ଆକ୍‌ରଁାତ ହେଲେ। ଏନ୍‌ତାଥି ମାଏକିନା ମନ ଘରର ଖୁରିଗିନା, ଗହନାଗଁାଠି ବିକାଭଂଗା କରି ୨୦ ହଜାର ଟଁକାରେ ଆପ୍‌ନେକେ ବୁର୍ଲା, ସୁବର୍ଣ୍ଣପୁର, ବରଗଡ଼ ଆର ବରପାଲି ଡାକ୍‌ତରଖାନାକେ ନେଇ ଚିକିଛା କରାଲେ। ହେଲେ ଟଁକା ପଏସା ଅଭାବୁ ସେ ଚିକିଛା ପୂରା କରି ନାଇଁପାରିଥିବାର କହିଛନ୍‌। ଇଆଡ଼େ ଚିକିଛା, ପୁଷ୍ଟିକର ଖାଏଦ୍‌ ଅଭାବୁ ଲମ୍ବୋଦର ଦିନୁଦିନ୍‌କେ ଶୁଖି ଦୁରବଲ ହେଇଯାଉଛନ୍‌। ଏନ୍‌ତା ପରିସ୍ଥିତିରେ ମାଏକିନା ମନ ଆର ନାବାଲିକ ଝି’ ପରହର ଖୁରିଗିନା ମାଜି ପରିବାର ଚଲଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲ ନ ସାହାଭରସା। ଲମ୍ବୋଦର ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ମନ ଆପ୍‌ନେର ଚିକିଛା ସାହାଯ୍‌ ଆର ଆବାସ ଯୋଜନାରେ ଘର ଖଁଡ଼େ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ରବୀନ୍ଦ୍ର ପଣ୍ଡାକୁଁ ପଚ୍‌ରାଲାରୁ ରୁଗୀକଁର ଘରକେ ଯାଇ ଥିତି ଅନୁଧିଆନ କରାଯିବା। ସେ ହିସାବେ ତାହାକୁ ଚିକିଛା ସାହାଯ୍‌ ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା। ବହୁତ୍‌ ଜଲଦି ରୁଗୀକଁର ଥିତି ଅନୁଧିଆନ୍‌ ଲାଗି ଗୁଟେ ଡାକ୍‌ତରୀଦଲ ଯିବେ ବଲି ସେ କହିଥିଲେ।

Share