Categories: ଜାତୀୟ

୫ ବର୍ଷରେ ଏକ କୋଟିରୁ ଅଧିକ ଗଛ କାଟିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରି ଚାଲିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ କୋଟିରୁ ଅଧିକ ଗଛ କଟାଇଛନ୍ତି। ଏନେଇ ଶନିବାର କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରେଜଓ୍ବାଲା କହିଛନ୍ତି। ଏହି ସମୟ ମଧ୍ୟରେ ସରକାର ଏକ କୋଟି ୯ ଲକ୍ଷ ୭୫ ହଜାର ୮ ଶହ ୪୪ ଗଛ କାଟିଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି। ଏହାଦ୍ୱାରା ପରିବେଶୀୟ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା ଥିବା ସେ କହିଛନ୍ତି।

Share