Categories: ଜାତୀୟ

୫ ବର୍ଷରେ ମୋଦିଙ୍କ ବିଦେଶ ଯାତ୍ରାରେ ୪୪୬ କୋଟି ୫୨ ଲକ୍ଷ ଖର୍ଚ୍ଚ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ଗତ ୫ ବର୍ଷ ମଧ୍ୟରେ ୪୪୬ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ ଏହି ସୂଚନା ଦେଇଛନ୍ତି। ଏଥିରେ ବିମାନ ଖର୍ଚ୍ଚକୁ ମଧ୍ୟ ସାମିଲ କରାଯାଇଥିବା ସେ କହିଛନ୍ତି। ୨୦୧୫-୧୬ରେ ମୋଦିଙ୍କ ବିଦେଶ ଗସ୍ତରେ ୧୨୧ କୋଟି ୫୮ ଲକ୍ଷ, ୨୦୧୬-୧୭ରେ ୭୮ କୋଟି ୫୨ ଲକ୍ଷ ଏବଂ ୨୦୧୭-୧୮ରେ ୯୯କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୧୮-୧୯ରେ ୧୦୦କୋଟି ୨ ଲକ୍ଷ ଓ ୨୦୧୯-୨୦ରେ ୪୬ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମୁରଲୀଧରନ କହିଛନ୍ତି।

Share