୫ ବର୍ଷରେ ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ହୋଇଛି ୨ ଗୁଣା: ମହାରାଷ୍ଟ୍ରରେ ବଢ଼ିଛି ୬୨ ପ୍ରତିଶତ

ନୂଆଦିଲ୍ଲୀ,୧୯।୧୦: ହରିୟାଣାରେ ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ୬୨ ପ୍ରତିଶତ ବୃଦ୍ଧି ପାଇଛି। ଏହା ମହାରାଷ୍ଟ୍ରର ୨୫ରୁ ୧୭ ଜଣ ଏବଂ ହରିୟାଣାର ୯ରୁ ୭ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସତ୍ୟପାଠରୁ ଜଣାପଡ଼ିଛି। ୨୦୧୪ରେ ହରିୟାଣାର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ପରିମାଣ ୯୦ କୋଟି ଥିଲା। ୨୦୧୯ରେ ଏହା ୧୦୬ ପ୍ରତିଶତ ବଢ଼ି ୧୮୬ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମହାରାଷ୍ଟ୍ରର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୨୦୧୪ରେ ୧୭୫ କୋଟି ଥିଲା। ୨୦୧୯ରେ ଏହା ୬୨ ପ୍ରତିଶତ ବଢ଼ି ୨୮୪ କୋଟି ଟଙ୍କା ହୋଇଛି।

Share