Categories: ଜାତୀୟ

୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି

ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି ଟଙ୍କା ଲୁଟ୍‌ କର୍ମଚାରୀଙ୍କ ଜାଣତରେ ହୋଇଛି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷରେ କେତେ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଛି ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୪-୧୫ରେ ୨,୬୩୦ଟି ଦୁର୍ନୀତି ଘଟଣା ଘଟିଥିବାବେଳେ ଏଥିରେ ୨୦,୦୦୫ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ୨୦୧୫-୧୬ରେ ୨,୨୯୯ଟି ମାମଲାରେ ୧୫,୧୬୩ କୋଟି, ୨୦୧୬-୧୭ରେ ୧,୭୪୫ ମାମଲାରେ ୨୪,୨୯୧ କୋଟି, ୨୦୧୭-୧୮ରେ ୧,୫୪୫ ମାମଲାରେ ୬,୯୧୬ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ୨୦୧୮-୧୯ରେ ୭୩୯ ମାମଲାରେ ୫, ୧୪୯ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବ୍ୟାଙ୍କ ଦୁର୍ନୀତିରେ ଅଙ୍କୁଶ ଲଗାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Share