Categories: ଗଞ୍ଜାମ

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଜି.ଉଦୟଗିରିି,୨୧ା୪(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୧୪ବର୍ଷର ନାବାଳକଙ୍କୁ ଜି.ଉଦୟଗିରି ପୋଲିସ ମେଡିକାଲରେ ଡାକ୍ତରୀ ମାଇନା ପରେ ଫୁଲବାଣୀ ଜୁଭେନାଇଲ କୋର୍ଟରେ ହାଜର କରିଛି।

ଯେ, ଗୁରୁବାର ନାବାଳିକାଙ୍କ ଆଈ ଭୋଟ ଦେବାକୁ ଯାଇଥିବାବେଳେ ସେ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ନାବାଳକ ଜଣକ ତାଙ୍କୁ ଶୌଚାଳୟକୁ ନେଇ ବଳାତ୍କାର କରିଥିବା ତାଙ୍କ ଆଈ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ।  ପୋଲିସ ନଂ.୫୧/୧୯ରେ ମାମଲା ରୁଜୁ କରିଥିଲା। ତଦନ୍ତ କରି ନାବାଳକଙ୍କୁ ଶନିବାର ଡାକ୍ତରୀ ମାଇନା ପରେ ଫୁଲବାଣୀ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି ବୋଲି ଜି.ଉଦୟଗିରି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି। ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ଏସ୍‌ଆଇ ଅଞ୍ଜଳି ବେହେରା ମାମଲାର ତଦନ୍ତ  କରୁଛନ୍ତି।