୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ ବାସ କରୁଥିବା ନୋଆହ ବୁଇସ୍‌ଙ୍କ ଶୋଇବା ଘରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା। ତେବେ ଘରର କୌଣସି ସଦସ୍ୟ ଏହାର ଟେର୍‌ ପାଇ ନ ଥିଲେ। ନୋଆହ ଘରେ ନିଆଁ ଲାଗିଥିବା ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିଲେ। ସେ ବିଚଳିତ ନ ହୋଇ ଝରକା ଦେଇ ୨ ବର୍ଷର ଭଉଣୀ ଏବଂ ପୋଷା କୁକୁରକୁ ବାହାରକୁ ବାହାର କରିବା ସହିତ ଘରର ଅନ୍ୟ ୭ ଜଣ ସଦସ୍ୟଙ୍କୁ ନିଆଁ ଲାଗିଥିବା ସମ୍ପର୍କରେ ସତର୍କ କରାଇଥିଲେ। ଏହାପରେ ପରିବାର ସଦସ୍ୟ ଦମକଳ ବାହିନୀଙ୍କୁ ଡ଼ାକିଥିଲେ। ନୋଆହଙୁ ସ୍ଥାନୀୟ ଦମକଳ ବାହିନୀ ପକ୍ଷରୁ ଫାୟାର ଫାଇଟର ସମ୍ମାନରେ ସମ୍ମାନୀତ କରାଯାଇଛି। ବାର୍ଟୋ କାଉଣ୍ଟି ଦମକଳ ବାହିନୀ ପକ୍ଷରୁ ନୋଆହଙ୍କ ଫଟୋ ଏବଂ ବୀରତ୍ୱ କାହାଣୀ ବିଭାଗର ନିଜସ୍ବ ଫେସବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏବେ ନୋଆହ ସୋସିଆଲ୍‌ ମିଡ଼ିଆରେ ହିରୋ ପାଲଟି ଯାଇଛନ୍ତି।

Share