ହାଇଦ୍ରାବାଦ୍,୧୪।୧: ବୟସ ୫ ବର୍ଷ। ମାତ୍ର ତାଏକୋଣ୍ଡୋରେ ୧୨ଶହ ଥର ନନ୍ ଷ୍ଟପ୍ ନି ଷ୍ଟ୍ରାଇକ୍ କରିବାର ଗିନିଜ୍ ରେକର୍ଡ ତାଙ୍କ ନାମରେ ରହିଛି। ସେ ହେଉଛନ୍ତି ହାଇଦ୍ରାବାଦ୍ର ଅଶମନ୍ ତନେଜା। ଲଗାତାର ଏକ ଘଣ୍ଟା ଧରି ସେ ଏଭଳି କରିଛନ୍ତି। ପ୍ରତିଦିନ ଅଭ୍ୟାସ କରିବା ଯୋଗୁ ଏହାର ସମ୍ଭବ ହୋଇପାରିଥିବା ପିତା ଆଶିଷ ତନେଜା କହିଛନ୍ତି। ଅଶମନ୍ଙ୍କ ଭଉଣୀ ତାଙ୍କୁ ଏନେଇ ପ୍ରଶିକ୍ଷଣ ଦେଇଥିବା ସେ କହିଛନ୍ତି। ଏହି ସଫଳତା ତାଙ୍କ ଭଉଣୀଙ୍କର ବୋଲି ଅଶମନ୍ କହିଛନ୍ତି। ସେ ମଧ୍ୟ ଜଣେ ତାଏକୋଣ୍ଡୋ ଖେଳାଳି। ସେ ୨ଟି ବିଶ୍ୱ ରେକର୍ଡ କରିଛନ୍ତି। ଭଉଣୀଙ୍କ ରେକର୍ଡ ଦେଖି ଦିନେ ସେଭଳି କରିବାକୁ ଅଶମନ୍ ଆଶା ବାନ୍ଧିଥିବା କହିଛନ୍ତି।