୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର

ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ୧୪ କୋଟି ଯାତ୍ରୀ ରହିଥିଲେ। ଚଳିତ ବର୍ଷ ଏହା ୮ରୁ ୯ କୋଟିକୁ ଖସିଯିବ ବୋଲି ସେଣ୍ଟର ଫର ଏସିଆ ପାସିଫିକ ଆଭିଏଶନ ପକ୍ଷରୁ କୁହାଯାଇଛି। ଏବେ ବିମାଳ ଚଳାଚଳ ଠପ୍‌ ହୋଇଥିବା ବେଳେ କମ୍ପାନୀଗୁଡିକ ପରିଚାଳନା ନେଇ କ୍ଷତି ସହୁଛନ୍ତି। କମ୍ପାନୀଗୁଡିକ କାର୍ଯ୍ୟକ୍ଷମ ହେଲେ କାହାର ସ୍ଥିତି କଣ ରହିବ ସେ ନେଇ ଦେଖିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସମୟରେ ଦେଶର ବିମାନ ଶିଳ୍ପ ୫ ବର୍ଷ ତଳକୁ ଚାଲିଯିବ ବୋଲି ଆକଳନ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ର ସ୍ବାଭାବିତ ସ୍ଥିତିକୁ ଫେରିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ବର୍ଷ ଲାଗିଯିବ। ସେହିଭଳି ଅନ୍ତଜାତୀୟ ବଜାରରେ ଯାତ୍ରୀ ଟ୍ରାଫିକ କମିବ ବୋଲି ଏହି ଏଜେନ୍ସି ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର...

ବଜାରରେ ହୋଣ୍ଡାର ଆକ୍ଟିଭା ୧୨୫

ଭୁବନେଶ୍ୱର,୨୪।୧୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ୨୦୨୫ ଆକ୍ଟିଭା ୧୨୫ (ହୋଣ୍ଡାର ଆକ୍ଟିଭା ୧୨୫)’...

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ 

ଭୁବନେଶ୍ୱର,୨୪ା୧୨(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସମ୍ପର୍କିତ ତଥ୍ୟ ସୋମବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି...

ଭଏସ୍ କଲ୍, ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩ା୧୨: ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ...

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri