୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ଜରୁରୀ

ଭିଟାମିନ୍‌ ‘ଏ’ ଅନେକ ଉପକାରୀ। ତେଣୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଫଳରେ ସେମାନଙ୍କଠାରେ ଦୃଷ୍ଟିଶକ୍ତିଜନିତ ସମସ୍ୟା ଦେଖାଯାଇ ନ ଥାଏ। ଆଇ ଫାଉଣ୍ଡେଶନ ଅଫ୍‌ ଆମେରିକାର ଡ. ଭି.କେ. ରାଜୁ ଫାଉଣ୍ଡର ଏବଂ ଚକ୍ଷୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍‌ ଏ’ ଥିବା ଖାଦ୍ୟ ଖାଇବାକୁ ଦେବା ଜରୁରୀ । ଦେଶରେ ପ୍ରତିବର୍ଷ ୩.୫ ମିଲିୟନ ପୂର୍ଣ୍ଣ ବିକଶିତ ଶିଶୁ ଜନ୍ମ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଶିଶୁଙ୍କୁ ରେଟିନୋଫି ସମସ୍ୟା ଦେଖାଯାଇଥାଏ। ଏହାର ଚିକିତ୍ସା ଲାଗି ପ୍ରତିବର୍ଷ ଦେଶରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଭିଟାମିନ୍‌ ‘ଏ’ ଅଭାବରୁ ୪୦ ବର୍ଷ ପରେ ଲୋକେ ଗ୍ଲୁକୋମା ରୋଗର ଶିକାର ହୋଇଥାନ୍ତି; ଯେଉଁଥିପାଇଁ ଭିଟାମିନ୍‌ ‘ଏ’ ଜରୁରୀ ହୋଇଥାଏ।

ବିଭିନ୍ନ ଶାଗ, ଗାଜର, ଟମାଟୋ, ବିଟ୍‌, ମଟର, ବ୍ରୋକଲି, କଖାରୁ, କନ୍ଦମୂଳ, କମଳା , ଆମ୍ବ, ମାଛ, ଅଣ୍ଡା ଆଦିରେ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ରହିଛି।

ଭିଟାମିନ୍‌ ‘ଏ’ ର ବିଭିନ୍ନ ଗୁଣ:

ଏହା ଦୃଷ୍ଟିଶକ୍ତି ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ମାଂସପେଶୀର ଶକ୍ତି ବଢ଼ାଇଥାଏ।

ଦାନ୍ତ ଓ ମାଢ଼ିକୁ ମଜଭୁତ କରାଇଥାଏ।