Categories: ଜାତୀୟ

୫ ବର୍ଷ ଶହେ ଦିନରେ କେତେ ନିଯୁକ୍ତି ଦେଇଛନ୍ତି ଭାଜପା ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬।୯ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଭାଜପା ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ପଚାରିଛନ୍ତି ଗତ ୫ ବର୍ଷ ଶହେ ଦିନରେ ଭାଜପା ସକରାର କେତେ ନିଯୁକ୍ତି ଦେଇଛନ୍ତି ତାହାର ହିସାବ ଦିଅନ୍ତୁ। ସ୍କିଲ୍‌ ଇଣ୍ଡିଆ ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ କଥା କହି ଲୋକଙ୍କୁ ସରକାର ମିଛ କହୁଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ,ସନ୍ତୋଷ କହିଥିଲେ ଯେ, ଚାକିରି ଲାଗି ଉତ୍ତର ଭାରତୀୟଙ୍କ ଯୋଗ୍ୟତା ନାହିଁ। ଏହାକୁ ବିରୋଧ କରି ପ୍ରିୟଙ୍କା ଟୁଇଟ୍‌ କରି ସରକାରଙ୍କୁ ନିଯୁକ୍ତି ହିସାବ ମାଗିଛନ୍ତି।

Share