୫ ବର୍ଷ ହେଲା ପାଦରେ ପଡିଛି ବେଡି

ଆନନ୍ଦପୁର,୨୯। ୧୧(ସ୍ବ.ପ୍ର.)- ମାନସିକ ରୋଗରେ ଆକ୍ରାନ୍ତ ୨୫ ବର୍ଷର ଜଣେ ବିବାହିତ ଝିଅଙ୍କୁ ତାଙ୍କ ଗରିବ ବାପା ଉପଯୁକ୍ତ ଚିକିତ୍ସା କରାଇ ନ ପାରି ପ୍ରାୟ ୫ ବର୍ଷ ହେଲାଗୋଡରେ ଏକ ବେଡି ପକାଇ ଘରେ ଅଟକାଇ ରଖିଛନ୍ତି। ଏଭଳି ଘଟଣା କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୪ ନଂ ଓାର୍ଡ଼ ହରିଜନ ସାହିରେ ଦେଖିବାକୁ ମିଳିଛି। ଟ୍ରଲି ଚଳାଇ ପରିବାର ପୋଷୁ୍‌ତ୍ଥିବା ଏହି ସାହିର କାଠିଆ ପାତ୍ର ୭ ବର୍ଷ ତଳେ ତାଙ୍କ ଝିଅ ଲିଲିଙ୍କୁ ଯାଜପୁର ଜିଲାର ରାଛିପୁର ଅଞ୍ଚଳରେ ବିବାହ କରାଇ ଦେଇଥିଲେ। ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ସେ ମାନସିକରୋଗର ଶିକାର ହେବାରୁ ତାଙ୍କ ସ୍ବାମୀ ଆଉ ଆଗଭଳି ଭଲ ନ ପାଇ ଅଣଦେଖା କରିଥିଲେ। ଏଭଳି ସ୍ଥିତିରେ ବାପା କାଠିଆ ତାଙ୍କୁ ଆଣି ଘରେ ରଖିଥିଲେ। ଝିଅର ଚିକିତ୍ସା ପାଇଁ ସେ ଯଥା ସମ୍ଭବ ଅର୍ଥ ଖର୍ଚ୍ଚ କରିଥିଲେ ସୁଦ୍ଧା କିଛି ଉପକାର ମିଳି ନ ଥିଲା। ବିଭିନ୍ନ ସମୟରେ ଝିଅ ଲିଲି ଅସ୍ବାଭାବିକ ଆଚରଣ କରୁଥିବାରୁ ନିରାଶ ବାପା ତାଙ୍କ ଗୋଡରେ ବେଡି ପକାଇ ଅଟକାଇ ରଖୁଛନ୍ତି। ଅର୍ଥାଭାବ କାରଣରୁ ସେ ଝିଅଙ୍କର ଉନ୍ନତ ଚିକିତ୍ସା କରାଇ ପାରି ନ ଥିବା କହିଛନ୍ତି। ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବେଡ଼ିରେ ବନ୍ଧା ହୋଇ ରହୁଥିବା ଲିଲିଙ୍କ ଚିକତ୍ସା କରାଇବାକୁ ସ୍ଥାନୀୟ ସମାଜସେବୀ ଦେବରାଜ ସାହୁ ଓ ବୁଲୁ ପଟ୍ଟନାୟକ ଦାବି ଜଣାଇଛନ୍ତି।