Categories: ଜାତୀୟ

୫ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ୫ ଜଣ ବିଦେଶୀ ଭିଜା ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଦେଶ ଛାଡ଼ି ଚାଲିଯିବା ଲାଗି କୁହାଯାଇଛି। ମଙ୍ଗଳବାର ଲୋକ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇମିିଗ୍ରେଶନ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ୫ ବିଦେଶୀ ଭିଜା ନିୟମ ଉଲ୍ଲଂଘନ କରି ବିକ୍ଷୋଭରେ ସାମିଲ ହୋଇଥିଲେ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।

Share