ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି, ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କରାଯାଇଛି।

ପ୍ରକାଶ ଯେ, ଗୁୁରୁବାର ରାଜ୍ୟ ସରକାର ସରକାରୀ କର୍ମଚାରୀ ସପ୍ତମ ବେତନ କମିଶନ ବକେୟା ୧୦% ଦରମା ପାଇବା ନେଇ ଘୋଷଣା କରିଥିଲେ। ପୂର୍ବରୁ ସରକାରୀ କର୍ମଚାରୀ ୪୦% ଏରିୟର ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ଯେଉଁମାନେ ୪୦% ବକେୟା ଦରମା ପୂର୍ବରୁ ନେଇଥିବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦% ଅର୍ଥ ଉଠାଇପାରିବା କୁହାଯାଇଥିଲା। ଏହି ଘୋଷଣା ପରେ କର୍ମଚାରୀମାନେ ମହଙ୍ଗା ଭତ୍ତା ନ ମିଳିବା ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଶେଷରେ ରାଜ୍ୟ ସରକାର ଭତ୍ତା ବୃଦ୍ଧି କରିଛନ୍ତି।

Share