Categories: ଫୁରସତ

୫ ମାସରେ ନଦୀରେ ପରିଣତ ହୁଏ ହୋଟେଲ

ଷ୍ଟକ୍‌ହୋମ୍‌,୨୩।୧୨: ସ୍ବିଡେନ୍‌ରେ ପ୍ରତିବର୍ଷ ଶୀତଦିନେ ଟୋର୍ନ ନଦୀରେ ବରଫ ହୋଟେଲ ନିର୍ମାଣ କରାଯାଏ। ଶୀତଦିନେ ଏଠାରେ ତାପମାତ୍ରା ମାଇନସ୍‌ ୧୮ରୁ ୪୦ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥାଏ। ଫଳରେ ବରଫ ହୋଟେଲ ନିର୍ମାଣ କରିବା ସହଜ ହୋଇଥାଏ। ୧୯୮୯ଠାରୁ ଏଭଳି ହୋଟେଲ ନିର୍ମାଣ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ମାତ୍ର ୫ ମାସ ପରେ ଗରମ ଦିନରେ ଏହି ବରଫ ହୋଟେଲ ତରଳି ପୁଣି ନଦୀରେ ପରିଣତ ହୋଇଯାଇଥାଏ। ଚଳିତ ବର୍ଷ ଏହି ବରଫ ହୋଟେଲ ନିର୍ମାଣକୁ ୩୦ ବର୍ଷ ପୂରଣ ହୋଇଛି। ହୋଟେଲ ସଂସ୍ଥାପକ ୟଙ୍ଗ୍‌ଓ୍ବେ ବର୍ଗକ୍ୱିଷ୍ଟ ୧୬ ଦେଶର ୩୩ ଜଣ ସ୍ଥପତିଙ୍କ ସହାୟତାରେ ଏକ ସପ୍ତାହ ମଧ୍ୟରେ ଚଳିତ ବର୍ଷ ବରଫ ହୋଟେଲ ନିର୍ମାଣ କରିଛନ୍ତି। ଆର୍କଟିକ୍‌ ସର୍କଲଠାରୁ ୨ଶହ କିମି ଦୂରରେ ଥିବା ଏହି ହୋଟେଲରେ ୧୨ଟି ବେଡ୍‌ ରୁମ୍‌ ଏବଂ ବାର୍‌ ନିର୍ମାଣ କରାଯାଇଛି। ଏଥିରେ ହଜାରେରୁ ଅଧିକ ବରଫ ଖଣ୍ଡ ବ୍ୟବହୃତ ହୋଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଶୀତଦିନେ ଏହି ହୋଟେଲ ୭୦ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି।

Share