୫ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷାକେନ୍ଦ୍ରକୁ ଯିବାକୁ ଛାତ୍ରଙ୍କୁ ଅନୁମତି ଦେଲେନାହିଁ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ,୨୦।୨: ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଅଭିଭାବକଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଆସିବାରେ ୫ ମିନିଟ୍‌ ବିଳମ୍ବ ହୋଇଥିଲା। ଏହାକୁ ନେଇ ତାଙ୍କୁ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ଅନୁମତି ଦିଆଯାଇ ନ ଥିଲା। ଫଳରେ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ହଟ୍ଟଗୋଳ କରିଥିଲେ। ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିବା ପରେ ଛାତ୍ରଜଣଙ୍କ ପରୀକ୍ଷା ଦେଇଥିବା ସୂଚନା ମିଳିଛି।

Share