Categories: ଜାତୀୟ

୫ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜେଏମ୍‌ବି

ନୂଆଦିଲ୍ଲୀ,୧୪।୧୦: ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି। ଏନ୍‌ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ ଏବଂ କର୍ନାଟକରେ ଏହି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସଂଗଠନର ୧୨୫ ଜଣ ସନ୍ଦିଗ୍ଧ ସଦସ୍ୟଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

Share