Categories: ବାଣିଜ୍ୟ

୫ ଲକ୍ଷ କୋଟି ଡଲାର ଅର୍ଥନୀତି;ଶାଖାଠୁ ପରାମର୍ଶ ନେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୭ -୮: ଦେଶର ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି କିପ୍ରକାର ପଦକ୍ଷେପ ନେବାକୁ ହେବ ସେଥିଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଶାଖାଗୁଡ଼ିକରୁ ପରାମର୍ଶ ନେବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ଠାରୁ ଏକ ମାସ ଧରି ଏହି ଅଭିଯାନ ଚାଲିବ। ମିଳିଥିବା ପରାମର୍ଶର ନିର୍ଯ୍ୟାସକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇପାରିବ ବୋଲି କୁହାଯାଇଛି। ବ୍ୟାଙ୍କଗୁଡ଼ିକ ଶାଖା, ଆଞ୍ଚଳିକ, ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ଆଲୋଚନା କରିବା ପରେ ଏକ ନିର୍ଯ୍ୟାସ୍‌ ବାହାର କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଅର୍ଥନୀତିକୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଅଧିକ ଋଣ ମଞ୍ଜୁର କରିବା, ଭିତ୍ତିଭୂମି ନିର୍ମାଣ ଓ କୃଷି କ୍ଷେତ୍ରରେ ଚାଷୀଙ୍କ ଆୟ ଦ୍ୱିଗୁଣା କରିବାରେ ବ୍ୟାଙ୍କଗୁଡ଼ିକର ଭୂମିକା ନିର୍ଦ୍ଧାରଣ କରାଯିବ।

Share